କଦଳୀ ଚୋପା ସାହାଯ୍ୟରେ ହଳଦିଆ ଦାନ୍ତ ରୁ ପାଆନ୍ତୁ ମୁକ୍ତି
ହଳଦିଆ କଷୁଟିଆ ଦାନ୍ତକୁ ନେଇ ଚିନ୍ତିତ ଅଛନ୍ତି କି ? ଦୂର ହେବ ଚିନ୍ତା | କିଛି ପ୍ରାକୃତିକ ଉପଚାର ରୁ ଘରେ ବସି ହିଁ କରିପାରିବେ ସମାଧାନ ।କେବଳ ଦୁଇଟି ଜିନିଷ କରନ୍ତୁ । ଘରେ ହିଁ ବିନା ଖର୍ଚ୍ଚରେ ହଳଦିଆ କଷୁଟିଆ ଦାନ୍ତକୁ ସଫା କରନ୍ତୁ । କଦଳୀ ଚୋପା ସାହାଯ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ । ପାଚିଲା କଦଳୀ ଖାଇବା ପରେ ସମସ୍ତେ ଚୋପାକୁ ଅଦରକାରୀ ଭାବି ଫୋପାଡି ଦିଅନ୍ତି । ହେଲେ ଚୋପାକୁ ନଫୋପାଡି ଦାନ୍ତ ସଫାରେ ବ୍ୟବହାର କରନ୍ତୁ । ପାଚିଲା କଦଳୀ ଚୋପାରେ ମାଗ୍ନେସିୟମ ଏବଂ ପୋଟାସିୟମ ଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । କଦଳୀ ଚୋପାର ଧଳା ଅଂଶକୁ ଗୋଟିଏ ପାତ୍ରରେ ଏକାଠି କରନ୍ତୁ । ଏହାପରେ ସେଥିରେ କିଛି ବେକିଂ ସୋଡା ମିଶାନ୍ତୁ । ଦୁଇଟି ଜିନିଷକୁ ମିକ୍ସ କରି ଏକ ପେଷ୍ଟ ତିଆରି କରନ୍ତୁ । ପ୍ରତିଦିନ ବ୍ରସ୍ କରିବା ସମୟରେ ପେଷ୍ଟର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଏକଦମ୍ ଚମକିବ ।
