କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ରହସ୍ୟମୟ ଭାଇରସ୍ର ଆତଙ୍କ
କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ରହସ୍ୟମୟ ଭାଇରସ୍ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ଡାକ୍ତରଖାନା ଭିଡ଼ର ଅନେକ ଝଲକ ସାମ୍ନାକୁ ଆସୁଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ – ହୁ ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ସମ୍ଭାବନା ରହିଛି । ‘ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି ।

