ଦେଶ ବିଦେଶ

ମାଡି ଆସୁଛି ବାତ୍ୟା ,ବାତ୍ୟା ଉପରେ କେନ୍ଦ୍ରର ନଜର

Spread the love

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି।ବାରମ୍ବାର ବାତ୍ୟା, ମରୁଡି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା ଆରମ୍ଭ ହେଲାଣି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଆଧାରରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଧିରେ ଧିରେ ସ୍ଥଳଭାଗ ମୁହାଁ ହେବା ସହ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଆସନ୍ତା ୨୪ ଓ ୨୫ ତାରିଖ ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି ରହିବ।

ରାଜ୍ୟ ସରକାରଙ୍କ ଦ୍ବାରା ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାବେଳେ କେନ୍ଦ୍ର ମଧ୍ୟ ସାମ୍ଭବ୍ୟ ବାତ୍ୟା ଉପରେ ତୀକ୍ଷ୍‌ଣ ନଜର ରଖିଛି।

Leave a Reply

Your email address will not be published. Required fields are marked *