ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୁଧୁରିବାର ନାଁ ଧରୁନାହିଁ
ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଅତି ଗୁରୁତର ସ୍ତରରେ ପହଂଚିଛି । କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍ରେ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ । ଦିଲ୍ଲୀରୁ ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।ସହରରେ ଘନ କୁହୁଡ଼ି ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ଯୋଗୁ ଅନେକ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କିଛି ବିମାନ ବିଳମ୍ବରେ ମଧ୍ୟ ଚାଲୁଛି। ଦିଲ୍ଲୀ ବିମାନବନ୍ଦରରେ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି ।
