ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ‘ଓଡ଼ିଶା ହୋଟେଲ୍ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ‘ଓଡ଼ିଶା ହୋଟେଲ୍ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଓଡ଼ିଶା ଆସୋସିଏସନର ଅଧ୍ୟକ୍ଷ ଜେ.କେ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପର୍ଯ୍ୟଟନ କ୍ଷେତ୍ର ବିକାଶ ଉପଲକ୍ଷେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ଦର୍ଶାଇଛନ୍ତି। ପ୍ରଥମତଃ ୨୦୨୨ ପର୍ଯ୍ୟଟନ ନୀତି ସଂଶୋଧନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କାରଣ ଏହି ନୀତି ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କିମ୍ବା ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇନାହିଁ। ରାଜ୍ୟ ପର୍ଯ୍ୟଟନ ବିକାଶ ବୋର୍ଡ, ପ୍ରାୟ ୫୦୦ କିଲୋମିଟର ସମୂଦ୍ର ତଟକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଓ ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର ଦୃତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା, ଦେଶ ତଥା ଦେଶ ବାହାରର ପ୍ରମୁଖ ସହରରୁ ସିଧାସଳଖ ବିମାନ ସେବା ଯୋଗାଇବା, ଓଡ଼ିଶାର ଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରଚାର ପ୍ରସାର ପୂର୍ବକ ଡିଜିଟାଲ ପ୍ଲାଟଫର୍ମକୁ ବହୁଳ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ମହାନ୍ତି।
