ଆଜି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ
ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ । ଚୈତ୍ର ମାସ ଅମବାସ୍ୟା ତିଥିରେ ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ହେବ। ଏହା ଆମ ଦେଶ କିମ୍ବା ରାଜ୍ୟକୁ ଦେଖାଯିବ ନାହିଁ । ଉତ୍ତର ଆମେରିକା, ଗ୍ରୀନ୍ଲ୍ୟାଣ୍ଡ, ଉତ୍ତର ପଶ୍ଚିମ ରୁଷିଆରେ ଏହା ଦେଖାଯିବ । ଭାରତୀୟ ସମୟ ଦିନ ୨ଟା ୨୦ରୁ ପରାଗ ଆରମ୍ଭ ହୋଇ ଅପରାହ୍ଣ ୪ଟା ୧୭ରେ ଶେଷ ହେବ । ଆମ ଦେଶ କିମ୍ବା ରାଜ୍ୟକୁ ଏହା ଦେଖା ଯାଉନଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି କିମ୍ବା ଅନ୍ୟ ଦେବାଳୟ ନୀତିକାନ୍ତି ପରିବର୍ତ୍ତନ ହେବନାହିଁ ବୋଲି ଶ୍ରୀମନ୍ଦିର ସୂତ୍ରରୁ ଜଣାପଡ଼ିଛି ।

