ପିଆଜ ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ
ଶୁକ୍ରବାର ବିଳମ୍ଵିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ୍ ମହାରାଷ୍ଟ୍ର ନାସିକରୁ ଆସି ଯୋଡ଼ା ପୌରାଞ୍ଚଳର ୟୁନିଅନ ବ୍ୟାଙ୍କ୍ ନିକଟରେ ଠିଆ ହୋଇଥିଲା। ଟ୍ରକ୍ ଡ୍ରାଇଭର ଓ ହେଲପର୍ ଗାଡ଼ି ଭିତରେ ଶୋଇଥିବା ବେଳେ, ଟ୍ରକର ପଛ ଭାଗରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଟ୍ରକ୍ର ପଛ ଡାଲା ସହ ୩ଟି ଟାୟାର ଜଳି ଯାଇଛି। ଡ୍ରାଇଭର୍ ଓ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

