ମୁଖ୍ୟ ଖବର

ଜେଡ୍ ମୋଡ ସୁଡଙ୍ଗ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Spread the love

ଲଦାଖବାସୀଙ୍କୁ ଟନେଲ ଭେଟି । ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ସୋନମାର୍ଗ ଟନେଲ । ଜମ୍ମୁ କାଶ୍ମୀର ଲଦାଖରେ ଆଜି (ସୋମବାର) ଜେଡ୍ ମୋଡ ସୁଡଙ୍ଗ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬.୫ କିଲୋମିଟର ଲମ୍ବ ସୋନମାର୍ଗ ଟନେଲ ଗଗନଗିରିରୁ ସୋନମାର୍ଗ ସହ ସଂଯୋଗ କରିବ । ୨,୭୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଛି ଟନେଲ । ଉଦଘାଟନୀ କାର୍ଯ୍ୟକ୍ରମରେ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜେଡ୍ ମୋଡ ସୁଡଙ୍ଗ୍ ଜମ୍ମୁ କାଶ୍ମୀର ଏବଂ ଲଦାଖ ପାଇଁ ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ । ଏହାର ଉଦଘାଟନକୁ ଅପେକ୍ଷା କରିଥିଲେ ଲଦାଖବାସୀ । ଦେଶର ପ୍ରତିରକ୍ଷା ଆବଶ୍ୟକତା ପାଇଁ ୬.୫ କିଲୋମିଟର ଲମ୍ବ ସୋନମାର୍ଗ ଟନେଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାକୁ ଜେଡ ମୋଡ ସୁଡଙ୍ଗ କରିବାର କାରଣ ଏହା ଦେଖିବାକୁ ପୁରୀ ଇଂରାଜୀ ଅକ୍ଷର ଜେଡ ପରି । ଏହି ସୁଡଙ୍ଗ ପାଇଁ ୧୨ କିମି ଦୂରତା କମି ୬.୫ କିଲୋମିଟରରେ ସିମିତ ହେବ । ଏଥିରେ ଗାଡିଗୁଡିକ ଘଣ୍ଟାକୁ ୮୦ କିମି ବେଗରେ ଦୌଡିବ । ୧୦୦୦ ଯାନବାହାନ ଚଳାଚଳ କରିବାର କ୍ଷମତା ଏହି ଟନେଲ ପାଖରେ ରହିଛି ।

Leave a Reply

Your email address will not be published. Required fields are marked *