ରାଜ୍ୟ

ଗହୀରମଥାରେ ଗୁଳିକାଣ୍ଡ ଘଟଣା

Spread the love

ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ନଜରରେ ରଖି କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସମୂଦ୍ର ଉପକୂଳ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ନଭେମ୍ବର ୧ ତାରିଖଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ରବିବାର ଗହୀରମଥା ବାବୁବାଲି ଠାରେ ବେଆଇନ ଭାବେ ଟ୍ରଲରରେ ମାଛ ମାରୁଥିବା ବେଳେ ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନବିଭାଗ । ପାଟ୍ରୋଲିଂ ଟିମ୍ ଜବତ ଟ୍ରଲରକୁ ଧରି କୂଳକୁ ଫେରୁଥିବା ବେଳେ ୬ଟି ଟ୍ରଲରରେ ମାଛ ମାଫିଆ ଏକଜୁଟ ହୋଇ ବନବିଭାଗ ଟିମକୁ ଆକ୍ରମଣ କରିଥିଲେ । ସମୁଦ୍ରରେ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ବନ କର୍ମଚାରୀଙ୍କ ଠାରୁ ଛଡ଼ାଇନେଇଥିଲେ ।ଟ୍ରଲର ମାଲିକଙ୍କ ସମେତ ବନବିଭାଗ କବଜାରୁ ଛଡାଇ ନେଇଥିବା ୮ ଜଣଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛି । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *