୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ରଙ୍ଗଶୁର’
୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗଶୁର’। ମହାରାଜା ସିନେମା ହଲରେ ଏହାର ପ୍ରିମିୟର ହୋଇଥିଲା। ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ‘ରଙ୍ଗଶୁର’ ଦେଖି ଏଭଳି ଏକ ପରିକଳ୍ପନାକୁ ବହୁତ ପ୍ରଶଂସା କରିଛନ୍ତି।ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’କୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ ଦାୟିତ୍ୱ ନେଇଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁଣେ, ସୁରଟ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିଛି।
ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’। ରଙ୍ଗଶୁରର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ହୋଇ ଥିଲା। ଏକାମ୍ର ଉତ୍ସବ, ମାଉସୀ ମା’ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ। ଦର୍ଶକମାନେ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ ହୋଇ ସିନେମା ହଲରେ ଫିଲ୍ମ ଦେଖିବା ପାଇଁ ଭିଡ଼ ଜମାଇଥିଲେ।

