ମନୋରଞ୍ଜନଆନ୍ତର୍ଜାତୀୟ

ଆଉ ନାହାନ୍ତି ପ୍ରେଟି ଲିଟିଲ୍ ବେବି

Spread the love

ଆଉ ନାହାନ୍ତି ପ୍ରେଟି ଲିଟିଲ୍ ବେବି | ଚିର ନିଦ୍ରାରେ ଷ୍ଟୁପିଡ୍ କ୍ୟୁପିଡ୍’, ‘ପ୍ରେଟି ଲିଟିଲ୍ ବେବି’ ଏବଂ ‘ମାମା’ ଭଳି ଲୋକପ୍ରିୟ ଗୀତର ପ୍ରସିଦ୍ଧ ଗାୟିକା କନି ଫ୍ରାନ୍ସିସ୍‌ । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି କିମ୍ବଦନ୍ତୀ ଗାୟିକା ବୁଧବାର ଦିନ ମୃତ୍ୟୁବରଣ କରିଛନ୍ତି ।

ଏହି ଦୁଃଖଦ ଖବର ତାଙ୍କ ବନ୍ଧୁ ରନ୍ ରବର୍ଟସ୍ ଫେସବୁକ୍‌ରେ ଏକ ପୋଷ୍ଟରେ ନିଶ୍ଚିତ କରିଛନ୍ତି । ମୋର ପ୍ରିୟ ବନ୍ଧୁ କନି ଫ୍ରାନ୍ସିସ୍‌ଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ ପ୍ରସିଦ୍ଧ ଗାୟିକା କନି ଫ୍ରାନ୍ସିସ୍ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କୁ ଗୁରୁତର ଯନ୍ତ୍ରଣା ଯୋଗୁଁ ଜୁଲାଇ ୨ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହା ଫଳରେ ସେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ବାତିଲ କରିଥିଲେ ।

ତାଙ୍କର ଏବେ ବି ପରୀକ୍ଷା ଚାଲିଛି ବୋଲି କହିଥିଲେ ସେ । ମୁଁ ମୋ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ସେୟାର କରିବି ବୋଲି କହିଥିଲେ ତାଙ୍କ ବନ୍ଧୁ ରନ୍ ରବର୍ଟସ୍ । ତେବେ ଶେଷ ପୋଷ୍ଟ ପ୍ରଶଂସକମାନଙ୍କୁ ଭାବପ୍ରବଣ କରିଦେଇଥିଲା । ପୂର୍ବରୁ ଜୁଲାଇ ୪ ତାରିଖରେ କନି ଫ୍ରାନ୍ସିସ୍ ଫେସବୁକରେ ଶେଷ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ନିଜ ବିଷୟରେ କହିଥିଲେ। ୧୯୫୦ ଦଶକରେ କନି ତାଙ୍କ ଗୀତ ପାଇଁ ବହୁତ ପ୍ରସିଦ୍ଧି ଅର୍ଜନ କରିଥିଲେ ।

ତାଙ୍କର ଅନେକ ଗୀତ ହିଟ୍ ହୋଇଥିଲା, ଯେଉଁଥିରେ ‘ଷ୍ଟୁପିଡ୍ କାମିଡ୍’, ‘ଲିପଷ୍ଟିକ୍ ଅନ୍ ୟୋର୍ କଲର’, ‘ହୁ’ସ୍ ସରି ନାଓ’ ଏବଂ ‘ହ୍ୱେର୍ ଦି ବଏଜ୍ ଆର୍’ ଅନ୍ତର୍ଭୁକ୍ତ। ତାଙ୍କର ‘ହୁ’ସ୍ ସରି ନାଓ’ ଗୀତର କଭର ଡିକ୍ କ୍ଲାର୍କଙ୍କ ଆମେରିକୀୟ ବ୍ୟାଣ୍ଡଷ୍ଟାଣ୍ଡରେ ପ୍ରଦର୍ଶିତ ହେବା ପରେ ପ୍ରସିଦ୍ଧି ଲାଭ କରିଥିଲା ।

Leave a Reply

Your email address will not be published. Required fields are marked *