ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ପାଣି ପିଇବାର ଉପକାରିତା

Spread the love

ଆମେ ଜାଣିଛନ୍ତି ପାଣି ପିଇବା ଦେହ ପକ୍ଷରେ ହିତକର । କୌଣସି ବି ରୋଗରୁ ମୁକ୍ତି ପାଇବା ପାଇଁ ପାଣି ରାମ ବାଣ ସଦୃଶ୍ୟ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଖାଇବା ସମୟରେ ପାଣି ପିଇବା କେତେ ହାନିକାରକ ହୋଇଥାଏ । ଏହି ସମସ୍ଯା ସିଧା ସଳଖ ଭାବେ ପାଚନ ପକ୍ରିୟା ଉପରେ ପଡିଥାଏ ।

ମନେରଖିବେ ଖାଇବାର ଅଧଘଣ୍ଟା କି ଏକ ଘଣ୍ଟା ପର୍ଯ୍ଯନ୍ତ ପାଣି ପିଇବା ଉଚିତ୍ ନୁହେଁ । ଆର୍ୟୁରବେଦ ଅନୁଯାୟୀ, ଖାଇ ସାରି ପାଣି ପିଇବା ବିଷ ପିଇବା ସହ ସମାନ ହୋଇଥାଏ। ଖାଇ ସାରି ପାଣି ପିଇଲେ ଖାଦ୍ଯ ହଜମ ଶକ୍ତି ନଷ୍ଟ ହୋଇଥାଏ। ଯାହା ଫଳରେ ଖାଇ ଥିବା ଖାଦ୍ଯ ସଠିକ୍ ଭାବେ ହଜମ ହୁଏ ନାହିଁ। ଖାଦ୍ଯ ହଜମ ନହେବା ଦ୍ବାରା ଆମାସୟରେ ଖାଦ୍ଯ ସଢିବାକୁ ଲାଗେ ଓ ଏ ସବୁ କାରଣ ପାଇଁ ଗ୍ଯାସ୍, ଏସିଡ୍ ହେବା ଆରମ୍ଭ କରିଦିଏ । ଯାହା କି ଆମ ଶରୀରର ପାଇଁ କ୍ଷତିକାରକ ।

ଆର୍ୟୁରବେଦ ଅନୁସାରେ ଖାଇ ସାରିବାର ପୁରା ୧ ରୁ ୨ ଘଣ୍ଟା ବ୍ଯବଧାନରେ ପାଣି ପିଇବା ଉଚିତ୍। ଏବଂ ଖାଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇ ନେବା ଆବଶ୍ଯକ । କାରଣ ପାଣି ପିଇବା ପରେ ପରେ ଖାଇବା ଶରୀର ପାଇଁ ଉଚିତ୍ ନୁହେଁ ।

ଆର୍ୟୁରବେଦରେ ଏହା ମଧ୍ୟ କୁହାଯାଇଛି କି ଶୋଇକି ଉଠିବା ପରେ ମଧ୍ୟ ପାଣି ପିଇବା ଉଚିତ୍ ନୁହେଁ । ଏହି ସବୁ ଜିନିଷ ପ୍ରତିଦିନ କରିବା ଦ୍ବାରା ଆମକୁ କୌଣସି ରୋଗ ହୋଇ ନଥାଏ।

Leave a Reply

Your email address will not be published. Required fields are marked *