ସୁପରିଚିତ ଫୁଟ୍ବଲ୍ ଖେଳାଳି ଦେବେନ୍ଦ୍ର ସିଂହଙ୍କ ପରଲୋକ,
ଫୁଟ୍ବଲ୍ କିଂବଦନ୍ତି ତଥା ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବେନ୍ଦ୍ର ସିଂହଙ୍କ ପରଲୋକ ଘଟିଛି ।ଢେଙ୍କାନାଳରେ ଜନ୍ମିତ ଶ୍ରୀ ସିଂହ ଜଣେ ସୁଦକ୍ଷ ଫୁଟ୍ବଲ୍ ଖେଳାଳି ଭାବେ ଜଣାଶୁଣା ଥିଲେ ।ସୋମବାର ସକାଳେ ତୁଳସୀପୁର ମଧୁସୂଦନନଗର ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥ ଥିଲେ । ଦେବେନ୍ଦ୍ର ସିଂହଙ୍କ ପାର୍ଥିବ ଶରୀରକୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ବର୍ଗତ ସିଂହ ଭାରତ ପାଇଁ ୧୯୬୭-୬୮ରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ବର୍ମା (ବର୍ତ୍ତମାନର ମିଆଁମାର) ବିପକ୍ଷରେ ଖେଳିଥିବା ଭାରତୀୟ ଦଳରେ ସେ ଡିଫେଣ୍ଡର ଭାବେ ସାମିଲ ଥିଲେ । ଦେବେନ୍ଦ୍ର ଓଡ଼ିଶାକୁ ଏକାଧିକ ଥର ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଛନ୍ତି ।
