ରାଜ୍ୟ

ବନ୍ଧା ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ

Spread the love

ସୋମବାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ପୈତୃକ ବାସଭବନ, ଅଫିସ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଜାରି ରହିଥିଲା । ତେବେ  ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉପଜିଲାପାଳ ନାରାୟଣଚନ୍ଦ୍ର ନାୟକଙ୍କର ଭୁବନେଶ୍ୱର ଝାରପଡାରେ ଦୁଇଟି ତିନି ମହଲା ବିଶିଷ୍ଟ ଘର, ଭଦ୍ରକ କୁଆଁସରେ ତିନିମହଲା ଘର, ଭଦ୍ରକ ଗେଲପୁରରେ ଦୁଇ ମହଲା ଘର, ଭଦ୍ରକ କପାଗାଡ଼ିଆସ୍ଥିତ ପୈତୃକ ବାସଭବନ ଥିବା ଜଣାପଡିଛି।  ୧୦ଟି ସ୍ଥାନରେ ହୋଇଥିବା ଚଢ଼ଉରେ ତାଙ୍କଠାରୁ ନଗଦ ୧ ଲକ୍ଷ ୪୮ ହଜାର ୬୮୦ ଟଙ୍କା, ୨୫୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କରେ ଥିବା ପାସବୁକ, ଗୋଟିଏ ମୋଟର ସାଇକେଲ ଜବତ କରିବା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *