ସମ୍ବଲପୁରରେ ନିର୍ମାଣ ହେବ ନୂତନ ଡାଏରୀ ଫାର୍ମର
ସମ୍ବଲପୁରରେ ୩୦ ଏକର ପରିଧିରେ ଏକ ଡାଏରୀ ଫାର୍ମ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିକାଶ କରିବା ସହ ଚାଷୀଙ୍କ ସୁବିଧା ଓ ରୋଜଗାର ସୃଷ୍ଟି ପାଇଁ ଏହି ଫାର୍ମ ନିର୍ମାଣ କରାଯିବ।ଏହି ଅଞ୍ଚଳରେ ଧାନ ଚାଷ ପରେ ପଶୁ ପାଳନ ଜରିଆରେ ଚାଷୀ କିଭଳି ସ୍ୱାବଲମ୍ବୀ ହେବେ ସେ ଦିଗରେ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
