ମାଲିକର ଅବହେଳା ପାଇଁ ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଭାସ୍କର ଖିଲାର । ବୟସ ୩୩ । ଦୀର୍ଘଦିନ ଧରି ଭୁବନେଶ୍ୱରରେ ଜଣେ ମାଲିକ ପାଖରେ କାର୍ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ଦୁଇ ଦିନ ତଳେ ବାଣୀବିହାର ଠାରେ ଏକ ସଡକ ଦୁର୍ଘଟଣାର ଶୀକାର ହୋଇଥିଲେ ଭାସ୍କର । ହେଲେ ଏକଥା ଜାଣିବା ପରେ ଗାଡି ମାଲିକ ଜଣକ ଡାକ୍ତରଖାନା ନେବ କଣ, ତରବରିଆ ଭାବେ ଭାସ୍କରଙ୍କୁ ଚିକିତ୍ସା ନକରାଇ ଭଡା ଘରେ ଛାଡି ପଳାଇଥିଲା ।। ତେବେ ଏଭଳି କାଣ୍ଡ ଘଟାଇଥିବା ଉକ୍ତ ମାଲିକ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଭାସ୍କରଙ୍କ ପରିବାର ଲୋକେ ।ଯାହାଫଳରେ ଆହତ ହୋଇଥିବା କାରଣରୁ ଧିରେ ଧିରେ ଭାସ୍କରଙ୍କ ଅବସ୍ଥା ବିଗିଡିବାକୁ ଲାଗିଲା । ବାଧ୍ୟ ହୋଇ ଭାସ୍କର ଏନେଇ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଭାସ୍କରଙ୍କ ପାଖରେ ପହଁଚି ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବା ବାଟରେ ଭାସ୍କରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପଟେ ମାଲିକଙ୍କ ଏଭଳି ମାନସିକତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନରସିଂହପୁର ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

