ବୈତରଣୀ ମୁହାଣରେ ବୁଡ଼ିଗଲା ଡଙ୍ଗା
ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାଯାଇଛି । ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ।
ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍ଟି ଉପରକୁ ଉଠି ପାରି ନ ଥିଲା । ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା । ଖବର ପାଇ ମେରାଇନ୍ ପୁଲିସ୍ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
