ମାଛ ଓ ଚିଙ୍ଗୁଡ଼ି ଗୋଦାମରେ ଅଗ୍ନିକାଣ୍ଡ
ସର୍ଟସର୍କିଟରୁ ଜଳିଗଲା ୩ ଲକ୍ଷ ଟଙ୍କାର ମାଛ ଓ ଚିଙ୍ଗୁଡ଼ି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଏକ ମାଛ ଓ ଚିଙ୍ଗୁଡ଼ି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଛାଡଖାଇ ପାଇଁ ପାଇଁ ଗୋଦାମରେ ମହଜୁଦ ଥିଲା ପ୍ରାୟ ତିନିଲକ୍ଷ ଟଙ୍କାର ମାଛ ଓ ଚିଙ୍ଗୁଡ଼ି । ଅଗ୍ନିକାଣ୍ଡରେ ମାଛ ଓ ଚିଙ୍ଗୁଡ଼ି ଜଳି ସବୁ ପାଉଁଶ ହୋଇଛି । ଗୋଦାମଟି ଯମୁନା ଗ୍ରାମର ପବିତ୍ର ସାହୁଙ୍କର ବୋଲି ଜଣାପଡିଛି ।
