ରାଜ୍ୟ

ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦ ଖାଲି

Spread the love

ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ବାରା ଅଦାଲତଗୁଡ଼ିକରେ ବିଚାରପତିଙ୍କ ପଦ ଖାଲି ସଂପର୍କିତ ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି।ଓଡ଼ିଶା ହାଇକୋର୍ଟ ସମେତ ଦେଶର ୨୫ଟି ହାଇକୋର୍ଟରେ ୧୧୨୨ ମଂଜୁରୀପ୍ରାପ୍ତ ବିଚ‌ାରପତି ପଦରୁ  ୭୫୮ ଜଣ କାର୍ଯ୍ୟରତ ଥିବାବେଳେ ୩୬୪ ପଦ ଖାଲିପଡ଼ିଛି। ସେହିଭଳି ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ଅଦାଲତରେ ୧୯୯ ନ୍ୟାୟିକ ଅଧିକାରୀଙ୍କ ପଦ ଖାଲି ରହିଛି |

Leave a Reply

Your email address will not be published. Required fields are marked *