ରାଜ୍ୟ

ରକ୍ତ ଭଣ୍ଡାରରେ ବଡ଼ ତ୍ରୁଟି ; A+ ବ୍ୟାଗ୍ ଭିତରେ B+ ଗ୍ରୁପ୍‌ର ରକ୍ତ, ରୋଗୀ ଗୁରୁତର

Spread the love

କଟକ ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଭଡ଼ ତ୍ରୁଟି ସାମ୍‌ନାକୁ ଆସିଛି । ବ୍ଲଡ୍ ବ୍ୟାଗ୍‌ A ପଜେଟିଭ୍ ଗ୍ରୁପ ଲେଖାଥିବା ବେଳେ ଭିତରେ ବ୍ୟାଗ୍ ଭିତରେ ରହିଛି B ପଜେଟିଭ ଗ୍ରୁପ୍‌ର ରକ୍ତ ।

କଟକ ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ବଡ଼ ତ୍ରୁଟି ସାମ୍‌ନାକୁ ଆସିଛି । ବ୍ଲଡ୍ ବ୍ୟାଗ୍‌ A ପଜେଟିଭ୍ ଗ୍ରୁପ ଲେଖାଥିବା ବେଳେ ଭିତରେ ବ୍ୟାଗ୍ ଭିତରେ ରହିଛି B ପଜେଟିଭ ଗ୍ରୁପର ରକ୍ତ । ତେବେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଏହି ତୃଟି ପାଇଁ ଜଣେ ରୋଗୀଙ୍କ ଜୀବନ ସଙ୍କାଟପର୍ଣ୍ଣ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି ।

କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସତ ହେଉଥିବା ୭୪ ବର୍ଷୀୟ ବିଭୂତି ଭୂଷଣ ଜେନାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଯଦି ଏହି ଘଟଣାରେ ରେଡ଼କ୍ରସର କୌଣସି ଭୂମିକା ଥିବା ଜଣା ପଡ଼େ ତେବେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ ଅତି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ରକ୍ତ ଭଣ୍ଡାର ନିର୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ।

ଅସୁସ୍ଥତା ଓ ହେମୋଗ୍ଲୋବିନ୍ କମିଯିବା କାରଣରୁ ବିଭୂତିଙ୍କୁ A ପଜେଟିଭ ରକ୍ତର ଆବଶ୍ୟକତା ପଡ଼ିଥିଲା। ଏହାପରେ ତାଙ୍କର ପରିବାର ଲୋକେ ରେଡକ୍ରସ୍ ବ୍ଲଡ଼ ବ୍ୟାଙ୍କ ରୁ A ପଜେଟିଭ ବ୍ଲଡ଼ ଆଣିଥିଲେ। ଯେତେବେଳେ ବିଭୂତିଙ୍କୁ ସେହି ରକ୍ତ ଦିଆ ଯାଇଥିଲା ସେତେବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ଏହାପରେ ନର୍ସିଂ ହୋମ କର୍ତ୍ତୃପକ୍ଷ ରକ୍ତର ଗ୍ରୁପ୍ ଟେଷ୍ଟ କରିଥିଲେ ସେତେବେଳେ ତାହା A ପଜେଟିଭ ନୁହେଁ ବରଂ B ପଜେଟିଭ ରକ୍ତ ଥିଲା ବୋଲି ଜଣା ପଡ଼ିଥିଲା ।

Leave a Reply

Your email address will not be published. Required fields are marked *