ରାଜ୍ୟ

ଚାକିରି ନାଁରେ ତାମିଲନାଡ଼ୁରେ ଝିଅଙ୍କୁ ନିର୍ଯାତନା

Spread the love

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ୯୦ ଜଣ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଆଜି ସକାଳୁ ସହରରେ ସମସ୍ତ ଦୋକାନ ବଜାର ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏପରିକି ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସକାଳୁ ସକାଳୁ ପତ୍ରାପାଲି ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି । ତେବେ ଏହି ଘଟଣାରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ବନ୍ଦ ଡାକରା ଦିଆଯାଇଛି। ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଝିଅ ମାନଙ୍କୁ ଫେରାଇ ନଆଣିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

Leave a Reply

Your email address will not be published. Required fields are marked *