ରାଜ୍ୟ

ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ୍

Spread the love

ପ୍ରାୟାଗରାଜରେ ଆୟୋଜିତ ହେଉଥିବା ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାରେ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ‌ସୁବିଧାରେ ଯୋଗଦେଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ୪ଟି ଅତ୍ୟାଧୁନିକ ବସ୍‌ ସେବା ଆରମ୍ଭ ହୋଇଛି। ଓଏସ୍‌ଆର୍‌ଟିସିର ଏହି ୪ଟି ବସ୍‌  ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣାରୁ ୨୦୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଆଜି ଯାତ୍ରା ଆରମ୍ଭ କରିଛି। ଏହି ବସ୍‌ ପ୍ରୟାଗରାଜ ଓ ବାରାଣସୀ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଯିବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମୋଡ୍‌ରେ ପତାକା ଦେଖାଇ ଏହି ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ତୀର୍ଥଯାତ୍ରାରେ ସେମାନେ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *