Uncategorizedଦେଶ ବିଦେଶ

ଆଖି ବୁଜିଲା ବୟସ୍କ ହାତୀ ମହେନ୍ଦ୍ର

Spread the love

ଶିମିଳିପାଳର ହିରୋ ବୋଲାଉଥିବା ଟ୍ରେଣ୍ଡ ହାତୀ “ମହେନ୍ଦ୍ର”ର ମୃତ୍ୟୁ। ଗତକାଲି ରବିବାର ରାତି ୯ଟା ୪୫ମିନିଟରେ ଶିମିଳିପାଳର ‘ଚହଲା’ ଠାରେ ଶେଷ ନିଶ୍ବାସ ତ୍ୟାଗ କରିଛି ମହେନ୍ଦ୍ର। ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା। ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା।୨୦୧୯ ଜାନୁଆରିରେ ମହେନ୍ଦ୍ରକୁ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଏବଂ ଦୀର୍ଘ ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା। ବୟସ ଅଧିକ ହୋଇଥିବା କାରଣରୁ ନିକଟରେ ଅସୁସ୍ଥ ହୋଇପଡିଥିଲା ମହେନ୍ଦ୍ର। ତାକୁ ଶିମିଳିପାଳ ଉତ୍ତର ଡିଭିଜନ୍ ର ଚହଲାଠାରେ ରଖି ଚିକିତ୍ସା କରାଯାଉଥିଲା। ମହେନ୍ଦ୍ରକୁ ବଞ୍ଚେଇ ରଖିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଶତଚେଷ୍ଟା କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମହେନ୍ଦ୍ରର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *