ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା କ୍ୟାନ୍ସର ରୋଗୀଙ୍କୁ ଫଳ ବଣ୍ଟନ

ମୁମ୍ବାଇ ରେ ଥିବା କ୍ୟାନ୍ସର ଶେଲଟର ହୋମ ଯାହା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା କ୍ୟାନ୍ସର ରୋଗୀ ମାନଙ୍କ ସେବା ଲାଗି ପ୍ରସ୍ତୁତ ହୋଇଛି | ନଭେମ୍ବର 30 ତାରିଖ ରେ ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର , ସେକ୍ରେଟାରୀ ଡ଼ ସୁକାନ୍ତି ମିଶ୍ର ଏବଂ ବିକେ ପାଣିଗ୍ରାହୀ ରୋଗୀମାନଙ୍କୁ ଭେଟିବା ସହ ଫଳ ବଣ୍ଟନ କରି ଜଲଦି କିପରି ସେମାନେ ସୁସ୍ଥ ହେବେ ସେଥିଲାଗି କାମନା କରିଥିଲେ | ତାଙ୍କ ସହ ତାଙ୍କ ଭଲ ମନ୍ଦ ବୁଝିବା ସହ ତାଙ୍କ ମନ ବଳ କୁ ବଢାଇଥିଲେ | ଆଗକୁ କିପରି ଅଧିକ ସୁବିଧା ସୁଯୋଗ ଯୋଗାଇ ହବ ତା ଲାଗି ଚେଷ୍ଟାକରୁଥିବା ଡ଼ ମିଶ୍ର କହିଛନ୍ତି |

