କୁଆଡେ ଗଲେ ACF ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ? NBW ପରେ ବି ପତ୍ତା ପାଉନି ପୋଲିସ
କୁଆଡେ ଗଲେ ACF ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ । ଆଉ ତିନି ଦିନ ଭିତରେ କୋର୍ଟରେ ହାଜର ନ ହେଲେ ଗିରଫ ହେବେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କୁ ଖୋଜୁଛି ପୋଲିସ୍ । ଖବର ଅନୁଯାୟୀ, ଏନବିଡବ୍ଲୁ ଜାରି ହେବା ପରଠାରୁ କପ୍ତିପଦା ପୋଲିସ ଦୁଇ ଦୁଇ ଥର ବିଦ୍ୟାଭାରତୀଙ୍କୁ ଖୋଜିବା ନିମନ୍ତେ ତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କର ପତ୍ତା ପାଇନାହିଁ । ଘରେ କେବଳ ତାଙ୍କ ବାପାମାଆ, ଜେଜେବାପା ଥିବା ବେଳେ ବାପା ଏବଂ ମାଆଙ୍କୁ ପଚରାଉଚରା କରି ଫେରିଛି ପୋଲିସ୍ । ବିଦ୍ୟାଭାରତୀ ପଣ୍ଡାଙ୍କ ନାମରେ ଏନବିଡବ୍ଲୁ ଜାରି ହେବା ପର ଠାରୁ ନା ସେ ଗୌଡଗାଁ ସ୍ଥିତ ବାସଭବନକୁ ଆସିଛନ୍ତି ନା ନିଜ କର୍ମସ୍ଥଳୀ ନଡପୁର ନୂଆଗାଁ କାର୍ଯ୍ୟାଳୟକୁ ଯାଇଛନ୍ତି । ଏବେ ସବୁଠାରୁ ବଡ ପ୍ରଶ୍ନ କୁଆଡେ ଗଲେ ବିଦ୍ୟାଭାରତୀ ।
