ରାଜ୍ୟ

ସୋନପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି 5T ସଚିବ ଭି. କେ ପାଣ୍ଡିଆନ, ବିଭିନ୍ନ ଉନ୍ନୟନ କାମର କରିବେ ସମୀକ୍ଷା

Spread the love

ଆଜି 5T ସଚିବ ଭି. କେ ପାଣ୍ଡିଆନ ସୋନପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି । ସକାଳ ୯ ଟାରେ ହେଲିକେପ୍ଟରରେ ଆସି ପ୍ରଥମେ କୋଟସମଲାଇରେ ଓହ୍ଲାଇ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିବେ । ପାତାଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ଉଲୁଣ୍ଡା ଖେଳ ପଡ଼ିଆରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ଚଢ଼େଇପଙ୍କ ମେଗା ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ପରେ ବିନିକା ପାପକ୍ଷୟ ଘାଟ ପରିଦର୍ଶନ କରିବେ । ପରେ ବାଉଁଶୁଣି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ସୋନପୁର ସଦର ବ୍ଲକ ଖଲିଆପାଲିର ପ୍ରସିଦ୍ଧ ଭୀମଭୋଇ ସମାଧୀ ପୀଠ ବୁଲି ଦେଖିବା ପରେ ସାଗପାଲିର ଗଙ୍ଗାଧର ମେହେର ହାଇସ୍କୁଲ ପରିଦର୍ଶନ କରିବେ । ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ମିଶନ ଶକ୍ତି ଗ୍ରୁପ ସହ ଆଲୋଚନା ପରେ ଇନଡୋର୍ ଷ୍ଟାଡିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *