ପୁରୀ ବାଇପାସ ରାସ୍ତାରେ ବାଇକକୁ ଧକ୍କା ଦେଲା କାର, ୩ ମୃତ
ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାଇକରେ ଯାଉଥିଲେ । ହେଲେ ପୁରୀ ବାଇପାସ ସାଇମନ୍ଦିର ନିକଟରେ ବାଇକକୁ ଧକ୍କା ଦେଇଥିଲା କାର୍ । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି। କାର୍ ମାଲିକଙ୍କୁ ଅଟକ ରଖିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

