ରାଜ୍ୟ

ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟିହେବାର ସମ୍ଭାବନା

Spread the love

ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି। ୨୬ ତାରିଖ ବେଳକୁ  ବାତ୍ୟା ସୃଷ୍ଟି ହୋଇପାରେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଛି। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଲଘୁଚାପ ରୂପ ନେଇପାରେ। ୨୪ରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା  ବା ୨୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୨୯ ତାରିଖ ବେଳକୁ ଏହା ତାମିଲନାଡୁ  ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅନୁଭୁତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *