ଦେଶ ବିଦେଶ

ନଡ଼ାପାଳ ଜାଳିବା ଉପରେ କଟକଣା ଜାରି

Spread the love

ଦିଲ୍ଳୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ଏକାଧିକ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ‌ଜମିରେ ନଡ଼ାପାଳ ଆଦି ଜାଳିବା ଉପରେ କଟକଣା ଜାରି ହୋଇଛି। ଏହି କଟକଣାକୁ ଉଲ୍ଲଂଘନ କରି ଆଜି ହରିୟାଣାରେ୧୮ କୃଷକ ଗିରଫ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୨ କୃଷକଙ୍କ ବିରୋଧରେ ନଡ଼ାପାଳ ପୋଡ଼ି  ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ  ୧୮ ଜଣଙ୍କୁ  ଗିରଫ କରାଯାଇଛି। କୃଷି ବିଭାଗ ଓ ପୁଲିସ  ମିଳିତ ଭାବେ ନଡ଼ାପାଳ ପୋଡ଼ି ଉପରେ ସତର୍କ ନଜର ରଖିଛନ୍ତି। ଏହା ପୋଡ଼ିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *