ଦେଶ ବିଦେଶ

ଦିଲ୍ଲୀ ଦ୍ବାରିକାରେ ଭୟଙ୍କର ଅଗ୍ନିକାଣ୍ଡ

Spread the love

ଦିଲ୍ଲୀର ଦ୍ବାରିକା ମୋଡ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩୦ଟି ଝୁମ୍ପୁଡି ଘର, ୨ଟି ଫ୍ୟାକ୍ଟ୍ରି ଏବଂ ଆଖପାଖରେ ଥିବା ଦୋକାନ ପୋଡି ଜଳି ପାଉଁଶ ହୋଇଯାଇଛି ।  ଅଗ୍ନିକାଣ୍ଡ ପାଇଁ ଅନେକ କ୍ଷୟକ୍ଷତି ହୋଇଛି ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିଶମ ବାହିନୀ ଅଧିକାରୀଙ୍କ ମୁତାବକ, ଗତକାଲି ରାତି ପ୍ରାୟ ୨ଘଣ୍ଟା ୭ମିନିଟ୍ ସମୟରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୧୧ଟି ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ନିଆଁ ୧୨୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *