ଦେଶ ବିଦେଶ

ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ

Spread the love

ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯୁଦ୍ଧ ବିରତିର ମଧ୍ୟରେ ହମାସର ଆଡ୍ଡାକୁ ଟାର୍ଗେଟ କରିଛି IDF । ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରକୁ ଆକ୍ରମଣ କରାଯାଇଥିବା ଗାଜା ସ୍ବାସ୍ଥ୍ୟ ବିଭାଗ ଦାବି କରିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଇସ୍ରାଏଲ ଆମେରିକାର ଯୁଦ୍ଧ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଯୁଦ୍ଧର ବିରାମ ପରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ ଆକ୍ରମଣ କରିଛି ।ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଆଲୋଚନା ଅଗ୍ରଗତି ନହେବା କାରଣରୁ ସେ ଆକ୍ରମଣର ନିର୍ଦ୍ଦେଶ ଦେଇଛନ୍ତି । ୧୭ ସପ୍ତାହର ପୁରୁଣା ରଣନୀତି ଆରମ୍ଭ ପାଇଁ ଆକ୍ରମଣ କରିଥିଲେ ।

ହମାସର ଏକ ଅଧିକାରୀ ତାହିର ନୁନୂ ଇସ୍ରାଏଲ ଆକ୍ରମଣକୁ ସମାଲୋଚନା କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ମୋରାଲ ଟେଷ୍ଟ କରାଯାଉଛି । ଅପରାଧୀଙ୍କୁ ପୁଣି ଆସିବାକୁ ଅନୁମତି ଦିଅନ୍ତୁ ନଚେତ୍ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକୁ ବନ୍ଦ କର ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *