ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା
ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି ।ଫ୍ଲୋରିଡା ତଟରେ ସୁନୀତାଙ୍କ ସହିତ ଓହ୍ଲାଇବେ ୪ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି । ୧୮ ହଜାର ଫିଟ୍ ଉପରେ ଖୋଲିବ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ ।

