ଦେଶ ବିଦେଶ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣିଥରେ ଚିତା ଶାବକ ଜନ୍ମ

Spread the love

ମଙ୍ଗଳବାର ମାଈ ଚିତା ‘ବୀରା’ ୨ଟି ଶାବକଙ୍କୁ ଜନ୍ମ ଦେଇଛି । ଏବେ ପାର୍କରେ ମୋଟ ଚିତା ସଂଖ୍ୟା ବଢ଼ି ୨୬ ହୋଇଛି । ସେଥି ମଧ୍ୟରେ ୧୨ ବୟସ୍କ ଚିତା ଥିବାବେଳେ ୧୪ ଶାବକ ଅଛନ୍ତି ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘କୁନି ଚିତାଙ୍କ ହସରେ ପୁଣିଥରେ ଗୁଞ୍ଜରିତ ହେଲା କୁନୋ…ମଧ୍ୟପ୍ରଦେଶର ‘ଜଙ୍ଗଲ ବୁକ’ରେ ୨ ଚିତା ଶାବକ ପ୍ରବେଶ କଲେ’ ।ଅତ୍ୟନ୍ତ ଖୁସି ଲାଗୁଛି ଯେ ମଧ୍ୟପ୍ରଦେଶ ମାଟିରେ ଚିତା ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।  ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତ ଅଧିକାରୀ, ଡାକ୍ତର ଏବଂ ଫିଲ୍ଡ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଉଛି, ଯାହାଙ୍କ ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ଆଜି ମଧ୍ୟପ୍ରଦେଶ ‘ଚିତାଙ୍କ ଦେଶ’ ଭାବରେ ମଧ୍ୟ ଜଣାଯାଉଛି ।

Leave a Reply

Your email address will not be published. Required fields are marked *