ଆଜି ଘୋଷଣା ହୋଇପାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ନାଁ
ଦୁଇ ରାଜ୍ୟର ସରପ୍ରାଇଜ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ଏବେ ରାଜସ୍ଥାନକୁ ଅପେକ୍ଷା । ଆଜି ଘୋଷଣା ହୋଇପାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ନାଁ । ଛତିଶଗଡ଼, ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ବି ସରପ୍ରାଇଜ CMଙ୍କ ନାମ ଘୋଷଣା କରିପାରେ ବିଜେପି । ଆଜି ରାଜସ୍ଥାନରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯିବ । ଅପରାହ୍ନରେ ଜୟପୁରରେ ପହଞ୍ଚିବେ ପର୍ଯ୍ୟବେକ୍ଷକ ରାଜନାଥ ସିଂ । ସନ୍ଧ୍ୟା ସୁଦ୍ଧା ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି ।
ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଛି । ବିଜେପି ୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଆସନ୍ତାକାଲି ଶପଥ ନେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ସେଥିପାଇଁ ରାଜଧାନୀ ରାୟପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି ।

