ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପବିତ୍ର ତ୍ରିବେଣୀ ସ୍ନାନ
ସୋମବାର ଦିନ ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ, ସନ୍ଥ, ସାଧୁ ଏବଂ ଆଖାଡା ଅମୃତ ସ୍ନାନରେ ଅଂଶଗ୍ରହଣ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଅବସରରେ “ଶୂନ୍ୟ ତ୍ରୁଟି” ନିର୍ଦ୍ଦେଶ ଦେଇଥିଲେ। ଭୋର୍ ୫ଟା ବେଳୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇ ତ୍ରିେିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି।ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଉଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର । ସେପଟେ ମହାକୁମ୍ଭରେ ଦଳାଚକଟା ପରେ ସତର୍କ ହୋଇଛନ୍ତି ଯୋଗୀ ସରକାର । ଏଥର ଭିଡ ନିୟନ୍ତ୍ରଣ ପାଇଁ ଅପରେସନ ଇଲେଭେନ ନାଁରେ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି ।

