ସତସଙ୍ଗ ଉପ ଯୋଜନା କେନ୍ଦ୍ର ଜାକଲା କୁମ୍ଭାର ପଡା ଖଣ୍ଡପଡ଼ାରେ ବାର୍ଷିକ ଉତ୍ସବ ପାଳିତ!
ଭୁବନେଶ୍ବର ,ତା 01, 02 2025, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 137 ତମ ଶୁଭ ଜନ୍ମ ମହୋତ୍ସବ ତଥା ଯାକଲା ସତସଙ୍ଗ ଉପ ଯୋଜନା କେନ୍ଦ୍ର ଦ୍ଵାରା ରବିବାର ତା 01 02 2025 ପାଳିତ ହୋଇଛି|ସ୍ତାନୀୟ ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ଵାଇଁ, ଲୋକ ସଭା ସଦସ୍ଯ ଶ୍ରୀ ଭର୍ତୁହରି ମହତାବ, ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରମୂଖ ସ୍ତାନୀୟ ଆୟୋଜକ ଶ୍ରୀ କ୍ଷେତ୍ର ବାସୀ ପ୍ରଧାନ ଙ୍କୁ ଶୁଭ କାମନା କରିଥିଲେ |ସ୍ତାନୀୟ ବିଧାୟକ ଙ୍କ ମାତା ତଥା ସମାଜସେବୀ ଶ୍ରୀମତୀ ସୀତା ସ୍ଵାଇଁ ଏହି ଅବସରରେ ଯୋଗଦାନ କରି ସ୍ଥାନୀୟ ଗ୍ରାମର ଉନ୍ନତି କାମନା କରି ନିର୍ମାଣ ଅବସ୍ଥାରେ ଥିବା ସଂଯୋଗ ରାସ୍ତା କୁ ଶୀଘ୍ର ସାରିବା ପାଇଁ ଆଲୋଚନା କରିଥିଲେ|ସ୍ୱାସ୍ଥ୍ୟ, ଶିକ୍ଷା, ଗମନ ପାଇଁ ଏବଂ ନିର୍ମାଣ ଅବସ୍ଥାରେ ଥିବା କେନ୍ଦ୍ର କୁ ଯଥା ଶୀଘ୍ର ସମାପ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ|ଦିବସ ଭରି ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇ ସନ୍ଧ୍ଯା ସମୟରେ ଏକ ସତସଙ୍ଗ ଆୟୋଜନ କରାଯାଇଥିଲା|ସତସଙ୍ଗ କର୍ମୀ ଶ୍ରୀ ସୁଶାନ୍ତ କୁମାର ପାତ୍ର, ଶ୍ରୀ ମନୋଜ କୁମାର ରାଉତ, ଶ୍ରୀ ଗିରୀଶ ଚନ୍ଦ୍ର ଜେନା, ଶ୍ରୀ ସୁଧାଂଶୁ ପାଣି, ମହେନ୍ଦ୍ର କୁମାର ପ୍ରଧାନ, କସ୍ତୁରୀ ସାହୁ, ଶାନ୍ତି ଲତା ବେହେରା, ବିଶ୍ଵଜିତ ସ୍ଵାଇଁ ପ୍ରମୂଖ ଏଥିଲାଗି ହୋଇଥିବା ସମସ୍ତ ଆଲୋଚନା, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବ ଧାରା ଉପରେ ଅବଗତ କରାଇ ଥିଲେ|
ସତସଙ୍ଗ ରେ ସହ ପ୍ରତି ରିତିକ୍ ଶ୍ରୀ କୃପାନିଧି ବିଶ୍ଵାଳ ପରିଚାଳନା କରି, ଖଣ୍ଡପଡ଼ା, ତଥା ସବୁ ଅଞ୍ଚଳରେ ପ୍ରତି ଘରେ ଘରେ ଶ୍ରୀ ଠାକୁର ଙ୍କ ଭାବଧାରା କୁ ଅନୁସରଣ କରିବା ପାଇଁ ନିବେଦନ କରିଥିଲ| ଶାନ୍ତି, ସୁଖ, ଉନ୍ନତି ପାଇଁ, ବିଭିନ୍ନ ଉଦାହରଣ ଭାବେ ବ୍ୟକ୍ତ କରି ଆସନ୍ତା ଫେବ୍ରୁଆରି 16,ତାରିଖ ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ରେ ସତସଙ୍ଗ ମହୋତ୍ସବ ରେ ଯୋଗଦାନ ପାଇଁ ନିବେଦନ କରିଥିଲେ|ସତସଙ୍ଗ କେନ୍ଦ୍ର ର ନିର୍ମାଣ କାର୍ଯ୍ୟ କୁ ସମାପ୍ତ କରିବା ପାଇଁ ଅନୁରୋଧ କରିଥିଲେ|ଦଶପଲ୍ଲା ଶ୍ରୀମନ୍ଦିର ଉଦବୋଧନ ବିଷୟ ରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଓଡିଶା ପରିକ୍ରମା ବିଷୟ ରେ ସୂଚନା ଦେଇଥିଲେ ।ଶ୍ରୀ ସୂର୍ଯ୍ୟମଣି ସେନ ଭାଇ ପ୍ରାୟ 500 ରୁ ଅଧିକ ହେବ ସାଧାରଣ ଲୋକଙ୍କ ପାଇଁ ପ୍ରସାଦ ସେବନ କରିବା ପାଇଁ ସୁଯୋଗ ଦେଇଥିଲେ ।ଦିବସ କୁ ସମସ୍ତେ ଉପଭୋଗ କରିଥିଲେ| ଛୋଟ ଛୋଟ ପିଲାମାନେ ଏବଂ ଯୁବ ଗୋଷ୍ଠୀ, ମା ମାନେ ଲାଗି ରହିଥିଲେ|ଶ୍ରୀ ଶ୍ରୀ ଠାକୁର ଙ୍କ ଧ୍ୱନି ସହ ସତସଙ୍ଗ ସମାପ୍ତ ଘୋଷଣା କରା ଯାଇଥିଲା।

