ରାଜ୍ୟ

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବର, କଟକ, ଭଦ୍ରକରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ । ମହାମହିମଙ୍କ ଗସ୍ତ ପାଇଁ ଟ୍ବିନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳେ କଟକ ଗସ୍ତ କରି ପ୍ରଥମେ ଚଣ୍ଡୀ ମନ୍ଦିରରେ ମା’ଙ୍କ ଦର୍ଶନ କରିବେ । ପରେ ମଧୁସୁଦନ ସଂଗ୍ରହାଳୟ ଓ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ହାଇକୋର୍ଟର 75 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ପରେ SCBର ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ । ଏହାପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ପାଇଁ ଟ୍ବିନ୍ ସିଟିରେ ବେଶ୍‌ ଉତ୍ସାହିତ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *