ମିଶନ ତ୍ରିନେତ୍ର : ୫୦ ଦିନରେ ନିପାତ ହେଲେଣି ୨୧ ଜଣ ଆତଙ୍କବାଦୀ
ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନାର ମିଶନ ତ୍ରିନେତ୍ର । ୫୦ ଦିନରେ ନିପାତ ହେଲେଣି ୨୧ ଜଣ ଆତଙ୍କବାଦୀ । ଘାଟିରେ ଖୋଜି ଖୋଜି ଆତଙ୍କବାଦୀଙ୍କୁ କରଯାଉଛି ଏନକାଉଣ୍ଟର । ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ମୁତୟନ ହୋଇଛି ଡ୍ରୋନ । ଗତ ଦୁଇ ଦିନ ମଧ୍ୟରେ ପୁଞ୍ଜ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ସୁରକ୍ଷାବଳ । ଜୁନ ଓ ଜୁଲାଇ ମାସ ଆତଙ୍କବାଦୀଙ୍କ ପାଇଁ ସାଜିଛି ଘାତକ । ଜାତୀୟଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ଜାନୁଆରୀରେ ୪ ଆତଙ୍କବାଦୀ ସଫା ହୋଇଥିବା ବେଳେ ଫେବ୍ରୁଆରୀରେ ୩, ମାର୍ଚ୍ଚରେ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଏପ୍ରିଲରେ କୌଣସି ଆତଙ୍କବାଦୀ ମରି ନଥିବା ବେଳେ ମେ ରେ ୬ ଜଣ ପ୍ରାଣ ହରାଇଥିଲେ । ତେବେ ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ୨୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା ।
