ରାଶିଫଳ

ଜୁଲାଇ ୨୫ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ଧନ ପ୍ରାପ୍ତିର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ ଉତ୍ତମ ରହିବ । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।

ବୃଷ – କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ।

ମିଥୁନ – ଦେହ ଅସୁସ୍ଥ ରହିବାର ସୂଚନା ମିଳେ। ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ ବଢିବ । ବିଚ୍ଛେଦ ହୋଇଥିବା ସମ୍ପର୍କ ନୂତନ ମୋଡ଼ ନେବ । ବ୍ୟବସାୟରେ ଏତେ ଲାଭ ଯୋଗ ନାହିଁ ।

କର୍କଟ – ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ସିଂହ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।

କନ୍ୟା – ଆଜି ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ର ରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇ ପାରନ୍ତି ।କାହା କଥା ରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନ ରେ ଖୁସି ଲାଗି ରହିବ ।

ତୁଳା – କୌଣସି କଥା କୁ ନେଇ ଚିନ୍ତା ରେ ରହିବେ । କିଛି ନୂତନ ସମସ୍ୟା ଆଜି ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ର ରେ ମନ ରେ ଥିବା କଥା ଗୁପ୍ତ ରେ ରଖନ୍ତୁ ।

ବିଛା – ଦିନଟି ମିଶ୍ର ଫଳ ଦେବ । ଚାକିରି ରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭ୍ରମଣ ର ଯୋଗ ରହିଛି ।ପ୍ରତିରୋଧ ର ଶିକାର ହୋଇଁପରାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ଆଶାତୀତ ଫଳ ପ୍ରାପ୍ତ କରିବେ ।

ଧନୁ – ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀ ମାନେ ଅଧିକ ଲାଭ ଆଶାରେ ରହିବେ । ଛାତ୍ର ଛାତ୍ରୀ ମାନେ ଖୁସି ମନରେ ରହିବେ।

ମକର – ଆସନ୍ତାକାଲି ଆପଣଙ୍କୁ ମିଶ୍ର ଫଳ ମିଳିବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ନେଇଥିବା ଉଧାର ଆସନ୍ତାକାଲି ଫେରସ୍ତ କରିବେ । ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ ।କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।

କୁମ୍ଭ – ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନର ଭୟ ଆପଣଙ୍କୁ ରହିବ ।ପୁରୁଣା ବନ୍ଧୁଙ୍କ ମିଳନ ହୋଇ ପାରେ । ବ୍ୟବସାୟରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ ।

ମୀନ– ମଙ୍ଗଳବାର ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଫଳାଫଳକୁ ଅପେକ୍ଷା କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ନୂତନ ସ୍ଥାନ ପ୍ରାପ୍ତିର ଯୋଗ ରହିଛି । ଆୟ ଉତ୍ତମ ରହିବ ।

Leave a Reply

Your email address will not be published. Required fields are marked *