ଦେଶ ବିଦେଶ

ସାମାଜିକ ରୂପେ କମ୍ ସକ୍ରିୟ ରହୁଥିବା ଲୋକେ ଖୁବ୍ ଶୀଘ୍ର ହୋଇଯାଆନ୍ତି ବୁଢ଼ା: ଷ୍ଟଡି

Spread the love

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ସାମାଜିକ ରୂପେ କମ ସକ୍ରିୟ (ସୋସିଆଲ ଇନାକ୍ଟିଭ) ଲୋକେ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟଗ୍ରସ୍ତ ହୁଅନ୍ତି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଏନଭାରନମେଣ୍ଟାଲ ରିସର୍ଚ୍ଚ ଏଣ୍ଡ ପବ୍ଲିକ୍‌ ହେଲଥ୍‌ରେ ପ୍ରକାଶିତ ଏହି ଅଧ୍ୟୟନରେ ଜଣାପଡିଛି ଯେ ଯେଉଁ ଲୋକେ ସାମାଜିକ ରୂପେ ସକ୍ରିୟ ନଥିଲେ ସେମାନେ ସେମାନଙ୍କ ବାସ୍ତବିକ ବୟସରୁ ୪.୩ ବର୍ଷ ବୁଢା ଦେଖାଯାଉଥିଲେ। ଏହି ଅଧ୍ୟୟନରେ ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା ଓ ଦେଖାଯାଇଥିଲା ଯେ ଯେତେବେଳେ ଏହି ଲୋକେ ୪୫ ବର୍ଷ ବୟସରେ ଥିଲେ ସେମାନେ ଅଧିକ ବୁଢା ଦେଖାଯାଉଥିଲେ।
ନ୍ୟୁଜିଲ୍ୟାଣ୍ଡର ଡୁନେଡଇନ୍ ମଲ୍ଟି ଡିସିପ୍ଲିନାରୀ ହେଲଥ ଏଣ୍ଡ ଡେଭଲପମେଣ୍ଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଏକାକୀ ରହିବାର ଅଭ୍ୟାସ, ଆଶା ହରାଇଥିବା ଅଥବା ଖୁସିରେ ରହୁନଥିବା ଲୋକଙ୍କ ବୟସ ଖୁବ୍ ଶୀଘ୍ର ବଢିବାକୁ ଲାଗିଥାଏ। ଯେଉଁଥି ପାଇଁ ସେମାନେ ବାସ୍ତବ ବୟସରୁ ଅଧିକ ବୟଷ୍କ ଦେଖାଯାଇଥାନ୍ତି। ଏପରି ଲୋକଙ୍କ ଲାଗି ଷ୍ଟ୍ରେସ୍ ଓ ଏଙ୍ଗଜାଇଟିରେ ରହିବା ମଧ୍ୟ ବିପଦଜନକ ହୋଇଥାଏ।
ଯାହା ସେମାନଙ୍କ ତ୍ୱଚା ଉପରେ ପ୍ରଭାବ ପକାଇଥାଏ। ଏହିକାରଣରୁ ବୟସ ବଢିବା ପ୍ରକ୍ରିୟା ତୀବ୍ର ହୋଇଥାଏ। ଏହି ଅଧ୍ୟୟନ ୪୫ ବର୍ଷ ବୟସ୍କ ଲୋକଙ୍କ ଉପରେ କରାଯାଇଥିଲା ଓ ଜଣାଯାଇଥିଲା ଯେ ଏପରି ଲୋକେ ସେମାନଙ୍କ ବାସ୍ତବ ବୟସଠାରୁ ଅଧିକ ବୟସ୍କ ଦେଖାଯାଉଥିଲେ। ଅଧ୍ୟୟନ ଅନୁସାରେ ଯେଉଁ ଲୋକେ ସାମାଜିକ ଭାବେ ଅଧିକ ସକ୍ରିୟ ରହୁଥିଲେ ସେମାନଙ୍କଠାରେ ଖୁସିରେ ରହୁଥିବାର ଓ ସ୍ୱସ୍ଥ ରହୁଥିବାର ଦେଖାଯାଇଥିଲା।
କେବଳ ଏତିକି ନୁହେଁ ଏପରି ଲୋକଙ୍କ ଠାରେ ବ୍ଲଡପ୍ରେସର, ଡାଇବେଟିଜ, ଅଲଜାଇମର,ଡିପ୍ରେସନ, ଇମ୍ୟୁନ ସିଷ୍ଟମ ଦୁର୍ବଳ ହେବା ବା ହୃଦ ଜନିତ ସମସ୍ୟା ଏତେଟା ନଥିଲା। ଏପରିକି ସମାଜିକ ସକ୍ରିୟ ଲୋକଙ୍କ ଠାରେ ଅସମୟ ମୃତ୍ୟୁ ଭୟ ମଧ୍ୟ ନଥାଏ।

Leave a Reply

Your email address will not be published. Required fields are marked *