୧୧ ହଜାର ହୀରାରେ ରତନ ଟାଟାଙ୍କ ଏକ ଆକର୍ଷକ ପ୍ରତିକୃତି ନିର୍ମାଣ
ପ୍ରଖ୍ୟାତ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକ ହୋଇଯାଇଛି। ରତନ ଟାଟା ସମାଜସେବାରେ ବେଶ୍ ପ୍ରତିଷ୍ଠିତ ଥିଲେ। ତାଙ୍କ ପରଲୋକରେ ଦେଶବ୍ୟାପୀ ଶୋକ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।
ସୁରତର ଜଣେ ହୀରା ବ୍ୟବସାୟୀ ଅଭିନବ ଢଙ୍ଗରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ କାରିଗର ୧୧ ହଜାର ହୀରାରେ ରତନ ଟାଟାଙ୍କ ଏକ ଆକର୍ଷକ ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ତାହାକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେ ବ୍ୟକ୍ତି ଲେଖିଛନ୍ତି ସେ ହେଉଛନ୍ତି ଭାରତର ରତ୍ନ। ତାଙ୍କର ପ୍ରତିକୃତି ହୀରାରେ ନିର୍ମାଣ କରି ବ୍ୟବସାୟୀଜଣକ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ରତନ ଟାଟାଙ୍କ ପରି ପରୋପକାରୀ ବ୍ୟକ୍ତି ମିଳିବା ବହୁତ କଷ୍ଟକର।

