ଦେଶ ବିଦେଶ

ଆମେରିକାରେ ଭୟଙ୍କର ଝଡ଼ ତୋଫାନ । ୨୨୫ କି.ମି ବେଗରେ ପବନ, ୧ କୋଟିରୁ ଅଧିକ ଲୋକ ପ୍ରଭାବିତ

Spread the love

ଆମେରିକାରେ ଭୟଙ୍କର ଝଡ଼ ତୋଫାନ । ୨୨୫ କି.ମି ବେଗରେ ପବନ, ୧ କୋଟିରୁ ଅଧିକ ଲୋକ ପ୍ରଭାବିତ ଏଭଳି ତୋଫାନ ଫଳରେ ଫ୍ଲୋରିଡା ନିକଟବର୍ତ୍ତୀ ରାଜ୍ୟ ଜର୍ଜିଆ, ନର୍ଥ କୌରିଲିନା, ସାଉଥ୍ କୌରଲିନା, ବର୍ଜିନିଆ ଓ ଅଲବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ତୋଫାନରେ ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।ଆମେରିକାରେ ଝଡ ହେଲେନ ତାଣ୍ଡବ ରଚିଛି । ଏହି ଝଡ ତୋଫାନ ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଅ|ନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁରୁବାର ଦିନ ଫ୍ଲୋରିଡାର ତାଣ୍ଡବ ରଚିଥିଲା । ପବନର ବେଗ ୨୨୫ କିଲୋମିଟର ଘଣ୍ଟା ପ୍ରତି ବୋହିବା ଫଳରେ ଜନଜୀବନ ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଥିଲା । ଏଭଳି ତୋଫାନ ଫଳରେ ଫ୍ଲୋରିଡା ନିକଟବର୍ତ୍ତୀ ରାଜ୍ୟ ଜର୍ଜିଆ, ନର୍ଥ କୌରିଲିନା, ସାଉଥ୍ କୌରଲିନା, ବର୍ଜିନିଆ ଓ ଅଲବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ତୋଫାନରେ ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଏହି ତୋଫାନ ଅନ୍ୟ ରାଜ୍ୟକୁ ଗତି କରିପାରେ ବୋଲି ଆକଳନ କରାଯାଉଛି । ଏଭଳି ଝଡକୁ ନଜରରେ ରଖି ଆମେରିକାରେ ପାଖାପାଖି ୧ ହଜାର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave a Reply

Your email address will not be published. Required fields are marked *