ସ୍ୱାସ୍ଥ୍ୟ

ଦେଶରେ ୬୬% ମୃତ୍ୟୁର ମୁଖ୍ୟ କାରଣ ଯକୃତ ରୋଗ

Spread the love

ଭାରତରେ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବୃଦ୍ଧି ପାଉଛି ଏବଂ ଏଥିରେ ଯକୃତ ସ୍ୱାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି ବୋଲି ସରକାର କହିଛନ୍ତି।ଦେଶରେ ୬୬ ପ୍ରତିଶତ ମୃତ୍ୟୁ ଅଣସଂକ୍ରାମକ ରୋଗ କାରଣରୁ ହୋଇଥାଏ। ବିପଦର ମୁଖ୍ୟ କାରଣ ହେଉଛି ତମାଖୁ ସେବନ, ମଦ୍ୟପାନ, ଖରାପ ଖାଦ୍ୟ ଅଭ୍ୟାସ, ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପର ଅଭାବ ଓ ବାୟୁ ପ୍ରଦୂଷଣ। ମେଟାବୋଲିକ୍ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ ଯକୃତ ଏବଂ ଅଣ ଆଲକୋହଲିକ୍ ଫ୍ୟାଟି ଲିଭର ସମସ୍ୟା।

ଭାରତରେ ଯକୃତ ରୋଗର ଏହା ଏକ ପ୍ରମୁଖ କାରଣ ଯାହାର ପ୍ରାଦୁର୍ଭାବ ୯ରୁ ୩୨ ପ୍ରତିଶତ ମଧ୍ୟରେ ରହିଛି। ବିଶ୍ୱସ୍ତରରେ ଅଣ-ସଂକ୍ରାମକ ରୋଗ (ଏନ୍‌ସିଡି) ପାଇଁ ଭାରତର ଯୋଗଦାନ ଅଧିକ ଏବଂ ମେଟାବୋଲିକ୍ ରୋଗର ଅନ୍ୟତମ ମୁଖ୍ୟ କାରଣ ଯକୃତ ଖରାପ ହେବା। ବଢୁଥିବା ସମସ୍ୟାର ସମାଧାନ ପାଇଁ ଭାରତ ପ୍ରଥମ ଦେଶ ଭାବେ ୨୦୨୧ରେ ଏନ୍‌ସିଡିର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମରେ ଏନ୍‌ଏଏଏଫ୍‌ଏଲ୍‌ଡିକୁ ସାମିଲ କରିଛି।

ଜୀବନଶୈଳୀରେ ପରିବର୍ତ୍ତନ, ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଭାରତରେ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି। ଅଣ-ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ (ଏନ୍‌ଏଏଫ୍‌ଏଲ୍‌ଡି)ର ସବୁଠାରୁ ସାଧାରଣ ରୂପ ହେଉଛି- ମୋଟାପଣ, ମଧୁମେହ ଓ ମେଟାବୋଲିକ୍ ସମସ୍ୟା, ଯାହା ଭାରତରେ ବୃଦ୍ଧି ପାଉଛି। ଦ୍ରୁତ ସହରୀକରଣ, ଅଧିକ କ୍ୟାଲୋରୀ ଯୁକ୍ତ ଓ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣର ବଢୁଥିବା ଅଭ୍ୟାସ ଯୋଗୁ ମଦ୍ୟପାନ ବିନା ମଧ୍ୟ ଅଧିକ ଲୋକ ଫ୍ୟାଟି ଲିଭରରେ ପୀଡ଼ିତ ହେଉଛନ୍ତି।

ଟାଇପ୍-୨ ମଧୁମେହ ଓ ଇନସୁଲିନ ପ୍ରତିରୋଧର ବଢୁଥିବା ହାର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ବୃଦ୍ଧିରେ ଯୋଗଦାନ ଦେଉଛି। ଏହାର ଚିକିତ୍ସା ନ କଲେ ଯକୃତ ପ୍ରଦାହ, ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଗମ୍ଭୀର ଜଟିଳତା ବଢ଼ିପାରେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Leave a Reply

Your email address will not be published. Required fields are marked *