ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଙ୍କ ଭାରତ ଗସ୍ତ
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ୭ରୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମୁଇଜ୍ଜୁ କହିଛନ୍ତି ଯେ ମୁଁ ଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛି। ଭାରତ ସହିତ ଆମର ବେଶ୍ ଭଳ ଦ୍ୱିପାକ୍ଷିକ ସମ୍ପର୍କ ଅଛି। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ଚଳିତ ବର୍ଷ ଜୁନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପରେ ମୁଇଜ୍ଜୁଙ୍କର ଏହା ଦ୍ବିତୀୟ ଭାରତ ଗସ୍ତ। ପୂର୍ବରୁ ପ୍ରାୟ ସମସ୍ତ ମାଳଦ୍ୱୀପ ରାଷ୍ଟ୍ରପତି ଭାରତକୁ ତାଙ୍କର ପ୍ରଥମ ବିଦେଶ ଯାତ୍ରା କରୁଥିଲେ। କିନ୍ତୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଇଜ୍ଜୁ ତୁର୍କୀ ଏବଂ ପରେ ଚୀନ୍ ଗସ୍ତ କରି ଏହି ଧାରାକୁ ପରିବର୍ତ୍ତନ କରିଥିଲେ।

