ତରିମୂଳରେ ରାଜ୍ୟସ୍ତରୀୟ କ୍ରିକେଟ ନାଇଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଆଙ୍କର-ଘସିପୁରା ଅନ୍ତର୍ଗତ ତରିମୂଳ ମା ମଙ୍ଗଳା କ୍ରିକେଟ୍ କ୍ଲବ୍ ପକ୍ଷରୁ ତିନିଦିନିଆ ରାତ୍ରିକାଳୀନ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଶୁଭ ଉଦ୍ଘାଟିତ ହୋଇଛି। ଏଥିରେ ମୋଟ ୧୬ଟି କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ମ୍ୟାଚ୍ ପୁରୀ ପିପିଲି ଏକାଦଶ ଏବଂ କେନ୍ଦୁଝର ଦାନ୍ତିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅମ୍ପାୟାର ଭାବେ ବବୁଲ ,ଜ୍ଞାନ ସ୍ୱାଇଁ ମ୍ୟାଚ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସତ୍ୟ ବଳ କାର୍ଯ୍ୟ ତୁଲାଇଥିଲେ। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ୧୦ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ମଧୁସ୍ମିତା ଦାସ, ତରିମୂଳ ପଞ୍ଚାୟତର ସମିତି ସଭ୍ୟା ତପଇ ବେହେରା,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଲ୍ଲୀପ କୁମାର ରାଉତ, ସ୍ଥାନୀୟ ସରପଞ୍ଚ ପଙ୍କଜିନି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ ଖେଳାଳି ମାନଙ୍କ ସହ ହାତ ମିଳାଇଥିଲେ। ଏହା ପରେ ଜାତୀୟ ସଙ୍ଗୀତ ଗାନ ହୋଇଥିଲା। ଉଦ୍ଘାଟନୀ ଦିବସରେ ହଜାର ହଜାର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରବିବାର ଦିନ ସେମି ଫାଇନାଲ ଏବଂ ଗ୍ରାଣ୍ଡ ଫାଇନାଲ ମ୍ୟାଚ ହେବାକୁ ଯାଉଥିବା ବେଳେ ଦର୍ଶକଙ୍କ ଭିଡ଼କୁ ପରିଲକ୍ଷିତ କରି କମିଟି ପକ୍ଷରୁ ସମସ୍ତ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯାଇଛି।

