ଖାଳିଆମେଣ୍ଟା ବିଦ୍ୟାଳୟ ଠାରେ ପଞ୍ଚ ଦିବସୀୟ ଅଣ ଆବାସିକ ଶିଶୁ ବାଟିକା ଟ୍ରେନିଂ ଶେଷ
ଆଙ୍କର-ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଘସିପୁରା ବ୍ଲକ ତରଫରୁ ପଞ୍ଚ ଦିବସୀୟ ଅଣ ଆବାସିକ ଶିଶୁ ବାଟିକା ଟ୍ରେନିଂ ଧନେଇ ନୋଡ଼ାଲ ବିଦ୍ୟାପୀଠ ଖାଳିଆମେଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଳିଆମେଣ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗନ୍ନାଥ ଜେନା ମହୋଦୟ ଟ୍ରେନିଂର ଦାୟିତ୍ୱ ଭାର ବହନ କରିଥିବା ବେଳେ ପ୍ରଶିକ୍ଷକ ଭାବେ ବଳଭଦ୍ର ଜେନା ଏବଂ ହିନ୍ଦୁ ସୋରେନ ସାର ଟ୍ରେନିଂ ପରିଚାଳନା କରିଥିଲେ। ଏହି ଟ୍ରେନିଂ ଘସିପୁରା ବ୍ଳକ୍ ର ମୋଟ ଚାରିଗୋଟି ସ୍ଥାନ ରେ ଯଥା ଖାଳିଆମେଣ୍ଟା ,ଦେଓଗାଁ ,ରାମଚନ୍ଦ୍ରପୁର ଏବଂ ସାଇଁକୁଳରେ ଚାଲୁ ରହିଥିଲା ।ଆଜି ଶେଷ ଦିବସରେ ଘଷିପୁରା ବ୍ଳକ୍ ର ମୋଟ ୧୭୧ ଜଣ ଶିକ୍ଷକ ଏହି ଟ୍ରେନିଂ ରେ ଅଂଶ ଗ୍ରହଣ କରିଥିଲେ। ଖାଳିଆମେଣ୍ଟା ଟ୍ରେନିଂ ସେଣ୍ଟର ରେ ୪୫ ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଥିଲେ।ନୂତନ ଭାବରେ ବିଦ୍ୟାଳୟରେ ଯୋଗ ହେବାକୁ ଯାଉଥିବା ଶିଶୁ ବାଟିକା ଶ୍ରେଣୀର ଶିଶୁ ମାନଙ୍କୁ କିପରି ଭାବରେ ବିଦ୍ୟାଳୟ କୁ ସ୍ୱାଗତ କରାଜୀବ ଏବଂ ସେମାନଙ୍କୁ କିପରି ଭାବରେ ହସେଇ ଖେଳେଇ ଭଲ ପାଠ ପଢ଼ାଇବା ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆ ଯାଇଥିଲା ।

