ଆମ୍ବୁଲାନ୍ସ ମିଳି ନଥିବାରୁ ଚାଲିଗଲା ଶିଶୁ ର ଜୀବନ !
ସଠିକ୍ ସମୟରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଢେଙ୍କାନାଳ କଙ୍କଡାହାଡ଼ ଆମ୍ବତଇଲା ସାହିର ୩ ବର୍ଷର ଶିଶୁର ଜୀବନ ଚାଲିଯାଇଛି।
ସଠିକ୍ ସମୟରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଚାଲିଗଲା ୩ ବର୍ଷିୟ ନିରୀହ ଶିଶୁର ଜୀବନ। ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଡ଼ଙ୍ଗାପାଳ ଆମ୍ବତଇଲା ସାହିରୁ ଆସିଛି ଏଭଳି ଅଭିଯୋଗ। ମୃତ ଶିଶୁ ହେଉଛି ଆମ୍ବତଇଲା ସାହିର ଶ୍ୟାମ ମୁଣ୍ଡାଙ୍କ ପୁଅ ରାଜୁ ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ, ଘର ନିକଟ କେନାଲରେ ଖସି ପଡ଼ିଥିଲା ଶିଶୁଟି। ତାକୁ ଉଦ୍ଧାର ପରେ କାମାକ୍ଷାନଗର ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ ପରିବାର ଲୋକେ। ହେଲେ ସଠିକ୍ ସମୟରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ଶେଷରେ ସମୟ ଅନୁସାରେ ଆମ୍ବୁଲାନ୍ସ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଯାହା ଫଳରେ ଏକ ବାଇକରେ ନେଇ ରାଜୁକୁ କାମାକ୍ଷାନଗର ମେଡିକାଲ ନେଇଥିଲେ ପରିବାର ଲୋକେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

