୧ କିଲୋ ୬୧୯ ଗ୍ରାମର ରୂପା ଶଙ୍ଖକୁ ଦାନ କଲେ ଭକ୍ତ
ମହାପ୍ରଭୁଙ୍କ ପାଇଁ ଅନେକ ଭକ୍ତ ନିଜର ଭକ୍ତିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶ କରନ୍ତି । କିଏ ତୁଳସୀ ଓ ଫୁଲ ଦେଇ ଶ୍ରୀଜିଉଙ୍କୁ ଭକ୍ତି ଦେଖାନ୍ତି ତ କିଏ ସୁନା ଓ ରୂପା ଜିନିଷ ଦେଇ କାଳିଆ ଆଗରେ ଭାବ ପ୍ରକାଶ କରନ୍ତି । ତେବେ ଗୋଟିଏ ରୁପା ଶଙ୍ଖକୁ ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।ଏହି ରୁପା ଶଙ୍ଖର ଓଜନ ୧,୬୧୯ ଗ୍ରାମ ରହିଛି । ସମ୍ବଲପୁର ନନ୍ଦପଡାର ମୃତ୍ୟୁଞ୍ଜୟ ସାହୁଙ୍କ ପରିବାର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ଶଙ୍ଖ ପ୍ରଦାନ କରାଯାଇଛି । ସମ୍ବଲପୁରର ଜଣେ ଭକ୍ତ ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ରୁପା ଶଙ୍ଖ ଦାନ କରିଛନ୍ତି ।
କୌଣସି ମାନସିକ ନଥିଲେ ମଧ୍ୟ ରୁପା ଶଙ୍ଖ ଦାନ କରିବା ପାଇଁ ନଳିନୀ ପ୍ରଭା ଆଶା ରଖିଥିଲେ । ଆଜି ତାଙ୍କର ଏହି ଆଶା ପୂରଣ ହୋଇଥିବାରୁ ନଳିନୀ ପ୍ରଭା ଓ ତାଙ୍କ ପରିବାର ସଦସ୍ୟ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।ଏଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଜଣକ ଏହି ଶଙ୍ଖ ଦାନ କରିଥିବାବେଳେ ବରିଷ୍ଠ ଦଇତାପତି ସେବାୟତ ଏହାକୁ ସ୍ବାଗତ କରିଛନ୍ତି | ଭକ୍ତମାନେ ଯାହା କିଛି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ତାହା ଠାକୁରଙ୍କ କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ। ତେବେ ମହାପ୍ରଭୁଙ୍କୁ ଏହି ଶଙ୍ଖ ଭକ୍ତିର ସହ ଦାନ କରି ବେଶ ଆନନ୍ଦିତ ହୋଇଛନ୍ତି ଭକ୍ତ ।

