ଭୁବନେଶ୍ବର AIIMSରେ ରେଡ୍
ନିଯୁକ୍ତି ସ୍କାମ ନେଇ ଏମ୍ ସରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି CBI ଟିମ୍ ଚଢ଼ାଉ କରିଛି ।

