ମାଉସୀ-ପୁତୁରାକୁ ହାଣିଲା ଦୁର୍ବୃତ୍ତ !!
ଭୁବନେଶ୍ୱର : ସାମାନ୍ୟ ବଚସାରୁ ମହାଭାରତ । ମାଉସୀ ଆଗରେ ପୁତୁରାକୁ ହାଣିଲା ଦୁର୍ବୃତ୍ତ । ମାଉସୀ ଅଟକାଇବାରୁ ମାଉସୀ ହାତକୁ ବି ଖଣ୍ଡାରେ ହାଣିଲା । କାର୍ଗିଲ ବସ୍ତିରେ ଆତଙ୍କ ଖେଳାଇଛି ଜଣେ ଦୁର୍ବୃତ୍ତ । ରାଜଧାନୀ କାର୍ଗିଲ୍ ବସ୍ତିରେ ଘଟିଛି ଏପରି ଏକ ଅଘଟଣ । ୩୧ ତାରିଖ ରାତି ୧୨ଟା ରେ ୨୦ ଜଣ ଦୁର୍ବୃତ୍ତ ଆସି କାର୍ଗିଲ୍ ବସ୍ତିରୁ ବାପି ବେହେରାକୁ ଉଠେଇ ନେଇ ଧାରୁଆ ଅସ୍ତ୍ରରେ ପିଠିକୁ ହାଣିଥିଲା । ଏ ନେଇ ଏୟାର ପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି ଆହତ ହୋଇଥିବା ମାଉସୀ କୁନି ବେହେରା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଚି । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଥିବା ଆଶଙ୍କା କରୁଛି ପୋଲିସ । ସମସ୍ତ ଅଭିଯୁକ୍ତ କେଳା ସାହିର ବୋଲି ଜଣାପଡିଛି ।

